ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା

ରାଜ୍ୟରେ ଟିକା ଅଭାବ ପାଇଁ ଆଜି ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଟିକା ଦିଆଯାଇସାରିଥିବା ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବା ସହ ସୋମବାରରୁ ଶୁକ୍ରବାର ଅନବରତ ଭାବେ ଟିକାକରଣ ଚାଲିବ। ରାଜ୍ୟରେ ବର୍ତ୍ତମାନ ୧ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ଆଜି ୧ ଲକ୍ଷ ଡୋଜ ଆସିବ। ଟିକାର ଅଭାବ ରହିଥିବାରୁ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି। ଅଧିକ ଟିକା ଆସିଲେ ବନ୍ଦ ରହିଥିବା ଟିକାକରଣ କେନ୍ଦ୍ରରେ ପୁଣି ଥରେ ଟିକାକରଣ ଆରମ୍ଭ ହେବ ବୋଲି କହିବା ସହ ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ କରୋନା ଟିକା ଦିଆଯାଉଥିବା କଥା ସେ କହିଛନ୍ତି।

Leave A Reply

Your email address will not be published.