୨୯ ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ ଗଲା ଅଭାବି ରାଜ୍ୟକୁ

ସମଗ୍ର ଭାରତରେ ଗତ ତିନି ଦିନ ହେଲା ତିିନି ଲକ୍ଷରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଅନେକ ରାଜ୍ୟରେ ମେଡିକାଲ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଦେଶର କିଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବଢୁଥିଲା ବେଳେ ମେଡିକାଲରେ ରୋଗି ମାନଙ୍କୁ ବେଡ ମିଳୁ ନଥିଲା ବେଳେ ଗତ କାଲି ଦିଲ୍ଲୀର ଏକ ମେଡିକାଲରେ ୨୫ ଜଣ କରୋନାରେ ସଂକ୍ରମିତ ରୋଗି ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରଛନ୍ତି । 

gpkandhamal

ତେବେ ଏହିଭଳି ଘଡିସଂନ୍ଧୀ ମୁହୁର୍ତରେ ବିଭିନ୍ନ ରାଜ୍ୟରେ ଦେଖାଯାଇଥିବା ଅକ୍ସିଜେନ ଅଭାବକୁ ମେଣ୍ଟାଇବା ପାଇଁ ଓଡିଶାର ଷ୍ଟିଲ ପ୍ଲାଣ୍ଟ ଗୁଡିକ ଏ ପର୍ଯ୍ୟନ୍ତ ୨୯ ଟି ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ ୟୁପି , ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାନା, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପୋଲିସ ସୁରକ୍ଷାରେ ପଠାଯାଇଛି ବୋଲି ଆଜି ଏ ନେଇ ଓଡିଶା ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.