କରୋନାର ଦ୍ୱତ୍ୱୀୟ ଲହର ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ଦାୟୀ କଲେ ମାଡ୍ରାସ୍ ହାଇକୋର୍ଟ

କରୋନାର ଦ୍ୱିତ୍ୱୀୟ ଲହରରେ ସଂକ୍ରମଣ ସୁନାମୀ ରୁପରେ ମାଡିଚାଲିଥିଲା ବେଳେ ଆଜି ମାଡ୍ରାସ୍ ହାଇକୋର୍ଟ ଏଥି ପାଇଁ ଭାରତୀୟ ନିର୍ବାଚନ ଅୟୋଗଙ୍କୁ ଦାୟୀ କରିଛନ୍ତି । ଏଥୀଲାଗି ନିର୍ବାଚନ ଅୟୋଗଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯିବା ଦରକାର ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି । ସମଗ୍ର ଦେଶରେ କରୋନାର ଦ୍ୱିତ୍ୱୀୟ ଲହର ଜାରି ରହିଥିଲା ବେଳେ ନିର୍ବାଚନ କମିଶନ ରାଜନୈତି ପାର୍ଟି ଗୁଡିକୁ ବଡବଡ ରାଲି ଓ ଜନସଭା କରିବାରୁ ନରୋକି ଆଜିର କରୁିଣ ପରିସ୍ଥିତି ପାଇଁ ନିର୍ବାଚନ କମିଶନ ଏକାକୀ ଦାୟୀ ବୋଲି ମାର୍ଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜିବ ବାନାର୍ଜୀ କହିଛନ୍ତି ।  ଏହା ସହିତ ମାଡ୍ରାସ୍ ହାଇକୋର୍ଟ କହିଛନ୍ତି, ମେ ୨ ରେ ହେବାକୁ ଥିବା ଭୋଟ ଗଣତି ପାଇଁ ନିର୍ବାଚନ ଆୟୋଗ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଯଦି ସଠିକ ଭାବରେ ଯୋଜନା ପ୍ରସ୍ତୁତ ନ କରନ୍ତି ତେବ ସେ ଭୋଟ ଗଣତି ଉପରେ ରୋକ ଲାଗାଇବେ । ଏହା ସହିତ ହାଇକୋର୍ଟ କହିଛନ୍ତି ଜନସ୍ୱାସ୍ଥ୍ୟ ସବୁଠୁ ଗୁରୁତ୍ୱପୁର୍ଣ୍ଣ , ସାମ୍ବିଧାନିକ ପଦବିରେ ଥାଇ ନିର୍ବାଚନ କମିଶନ ଏହାକୁ ଏଡାଇ ଯିବା ଦୁଖଃଦପୁର୍ଣ୍ଣ ।  ମୁଖ୍ୟ ବିଚାରପତି କହିଛନ୍ତି ଯେ ଜଣେ ନାଗରିକ ବଞ୍ଚି ରହିଲେ ସେ ତାର ଗଣତାନ୍ତ୍ରୀକ ଅଧିକାର ଉପଭିଗ କରିପାରିବ । ବର୍ତମାନ ସମୟରେ ନାଗରିକ ବଞ୍ଚିବା ସର୍ବ ପ୍ରଥମ ପରେ ସେ କିଛି ବି କରି ପାରିବ । ତେବେ ରାଜନୈତିକ ପାର୍ଟିମାନେ ଯେତେବେଳେ ବଡ ବଡ ରାଲି କରୁଥିଲେ ସେତେବେଳେ ନିର୍ବାଚନ କମିଶନ କଣ ଅନ୍ୟ ଗ୍ରହରେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହ ସହିତ ଯେତେବେଳେ ନିର୍ବାଚନ କରାଯାଉଥିଲା ସେତେବେଳେ କରୋନାକୁ ରୋକିବା ପାଇଁ କି କି ପଦକ୍ଷେପ ନିଆ ଯାଇଥିଲା ।  ତେବେ ମାଡ୍ରାସ୍ ହାଇକୋର୍ଟ ଭାରତୀୟ ନିର୍ବାଚନ ଅୟୋଗଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ପରାମର୍ଶ କରି ଭୋଟ ଗଣତି ଦିନ ପାଇଁ ଗାଇଡଲାଇନ ପ୍ରସ୍ତୁତ କରି ତାହାକୁ ଏପ୍ରିଲ ୩୦ ରେ ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.