ରାଜ୍ୟରେ ବେଧଡକ୍ ଚାଲିଛି ଧଳାଜହର କାରବାର

ଏବେ ରାଜ୍ୟରେ ବେଆଇନ୍ ନିଶା କାରବାର ସୀମା ଟପିବାରେ ଲାଗିଛି । କିଛି ଜିଲ୍ଲାରେ ତ ବେଧଡକ୍ ଧଳାଜହର କାରବାର ଚାଲିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ୍ ପାଲଟିଛି ବ୍ରାଉନସୁଗାର ଓ କୋକେନ୍ ର ପେଣ୍ଠସ୍ଥଳି । ଏହି ଦୁଇ ଜିଲ୍ଲା ଦେଇ ରାଜ୍ୟ ବାହାରୁ ଅର୍ଥାତ୍ ପଶ୍ଚିମବଙ୍ଗରୁ ରାଜ୍ୟ ଭିତରକୁ ଚାଲାଣ ହେଉଛି ଧଳାଜହର ।

gpkandhamal

ଆଜି ପୁଣି ଭଦ୍ରକ୍ ବାଗୁରାଇ ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ୍ କରିଛି ଅବକାରୀ ବିଭାଗ । ଗୁଇନ୍ଦା ବିଭାଗର ସୂଚନା ଅନୁଯାଇ ଏହି ଅଞ୍ଚଳରେ ଚୋରାରେ ବ୍ରାଉନସୁଗାର କାରବାର ଚାଲିଥିଲା ଯାହାର କବର ପାଇ ଅବକାରୀ ବିଭାଗ ଦ୍ୱାରା ପ୍ରେଟୋଲିଂ ଜାରି ରହିଥିଲା । 

Umasankar Adv

ପେଟ୍ରୋଲିଂ ସମୟରେ ବାଇକ୍ ରେ ଏକ ଯୁବକ ବ୍ରାଉନସୁଗାର ନେଇ ଯାଉଥିବା ପୋଲିସ୍ ଖବର ପାଇ ଯୁବକ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଯୁବକ ଜଣଙ୍କ ଠାରୁ ପ୍ରାୟ ୩୫ ଗ୍ରାମ ବ୍ରାଉନସୁଗାର ଜବତ୍ କରାଯାଇଥିବା ସୂଚନା ମିଳିଛି । ତେବେ ଜବତ୍ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.