ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ

ଦିନକୁ ଦିନ କରୋନା ଅଧିକ ଭୟଙ୍କର ହେବାରେ ଲାଗିଥିବା ବେଳେ କରୋନା ସଂକ୍ରମିତଙ୍କୁ ସଠିକ୍ ସମୟରେ ସଠିକ୍ ବ୍ୟବସ୍ଥା ଯୋଗାଇବା ସହ ସେମାନଙ୍କର ଯତ୍ନ ନେବା ସରକାରରଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜିଂ ହୋଇପଡ଼ିଛି । ତେବେ ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ତେଣୁ ପିପିପି ମୋଡ଼ରେ ପୁରୀରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ପିଟାଲ । ଏହି ହସ୍ପିଟାଲ୍ କୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ଏହାକୁ ପରିଚାଳନା କରିବ । ଏହା ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯିବ । ଏଥିରେ ୪୦ଟି ଆଇସିୟୁ ସହ ହସ୍ପିଟାଲରେ ରହିବ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ତେବେ ଏହାକୁ ସୁଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସେ ଏହା ମଧ୍ୟ କହିଛନ୍ତି ଗତ ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଏହା ଏବେ ଅଚଳ ହୋଇପଡ଼ିଛି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ବଢାଇବା ସହ ଲକ୍ଷଣ ଥିଲେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.