ମୁଁ ଇସ୍କୁଲରେ ପଢୁଛି ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଅଭିଜିତ ମଜୁମଦାରଙ୍କ ସହ ଗୀତ ଗାଇଲେ ଭାଇରାଲ ବୟ

ଗୀତ ଗାଇଲେ ଭାଇରଲ ବୟ ତୈଲୋକ ରାୟ । ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାରଙ୍କ ସହ ମିଶି ଗାଇଲେ ଗୀତ । “ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ରାପ ଗୀତରେ ଭାଇରାଲ ବୟ ତ୍ରୈଲୋକ  । ଭାଇରଲ ବୟ ତୈଲୋକଙ୍କର କେଇପଦ କଥାକୁ ନେଇ ସେ ରାତାରାତି ଭାଇରାଲ ହୋଇଥିଲେ । ଏହି ପ୍ରଥମ ଶ୍ରେଣୀର କୁନି ଛାତ୍ର ଜଣଙ୍କ ହେଉଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳ ଆମେଣାକୁଦ ବିଦ୍ୟାଳୟର ତ୍ରୈଲୋକ ରାୟ। କୁନି କୁନି ଓଠରେ ଖନେଇ ଖନେଇ କଥା କହୁଛି ଶିଶୁ ତୈଲୋକ । ତା ସ୍କୁଲ ସ୍ଥାନାନ୍ତରିତ ହୋଇଯାଇଛି  । “ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତର ଭାଇରାଲ ବୟ ତ୍ରୈଲୋକ ନିଜେ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାରଙ୍କ ସହ ଆଜି ଗୀତ ରେକର୍ଡିଂ କରିଛି । ତା ଓଠର କେଇପଦ କଥା ଏମିତି ଭାଇରାଲ ହେଲା ଯେ, ଏହାକୁ ନେଇ ଓଡ଼ିଶାର କିଛି ମ୍ୟୁଜିକ କମ୍ପାନୀ ରାପ ପ୍ରସ୍ତୁତ କରି ମାଇଲେଜ ନେଇଗଲେ । ତେବେ ସରକାରୀ ନିଷ୍ପତ୍ତି ଅନୁଯାୟୀ ତାଙ୍କ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ଯାଇଛି ।

Leave A Reply

Your email address will not be published.