ଆଜିଠୁ ବରଗଡର ୪ଟି ବ୍ଲକରେ ୭ଦିନିଆ ସଟଡାଉନ

ରାଜ୍ୟରେ ବେକାବୁ ହେଉଛି କରୋନା ଭାଇରସ । ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮ ହଜାର ୩୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହାରି ଭିତରେ କେବଳ ବରଗଡରେ଼ ଆଜି୨୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣର ଦ୍ରୁତଗତିକୁ ଆଖି ଆଗରେ ରଖି ବରଗଡର ୪ଟି ବ୍ଲକ ଯଥା ପଦ୍ମପୁର ବ୍ଲକ, ପାଇକମାଲା ବ୍ଲକ, ଝାରବନ୍ଧ ବ୍ଲକ, ଓ ରାଜବୋଡାସମ୍ବର ବ୍ଲକକୁ ଆଜି ଠାରୁ ୭ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏହି ଚାରୋଟି ବ୍ଲକ୍‌ରେ ଗତକିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଙ୍କ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତି ନେଇଛି । ଏହି ସଟ୍‌ଡ଼ାନ୍ କୁ ଲୋକମାନେ ଯେପରି କଡ଼ାକଡ଼ି ଭାବେ ପାଳନ କରନ୍ତି ସେ ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ଅନୁଷ୍ଠାନ ଓ ଉପଜିଲ୍ଲାପାଳଙ୍କୁ ନିଦ୍ଦେଶ ଦିଆଯାଇଛି । ସଟଡାଉନ ପାଇଁ ଗତକାଲି ଠୁ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସର୍ତକ କରାଇ ଦିଆଯାଇଛି । ତେବେ ଏହି ସଟଡାଉନ ବେଳେ ସହରର ସମସ୍ତ ଦୋକାନ, ବଜାର, ବନ୍ଦ ରହିବ । କେବଳ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୯ଯାଏଁ ଦୋକାନ ଖୋଲା ରହିବ । ଯାନବାହାନ ଚଳାଚଳ ସ୍ୱାଭାବିକ ହେବ ।

Leave A Reply

Your email address will not be published.