ମାର୍କେଟ ବିଲଡିଙ୍ଗ, କୋର୍ଟ ପରେ ସିଲ ହେଲା ଷ୍ଟେଟ ବ୍ୟାଙ୍କ

ରାଜ୍ୟରେ ସଂକ୍ରମଣ ଏବେ ଅଣାୟତ ଅବସ୍ଥାରେ । ବିଶେଷ କରି କଟକ ଭୁବନେଶ୍ୱରରେ ସ୍ଥିତି ଏବେ ଅଧିକ ଜଟିଳ । ଟ୍ୱିନସିଟିରେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଓ ପ୍ରତିଷ୍ଠାନ ସିଲ୍ ହେବାରେ ଲାଗିଛି । ଗତ କାଲି ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲଡିଙ୍ଗ ସିଲ୍ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟ ପରିସର ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ସିଲ୍ କରିଛି ବିଏମସି ଆଉ ବର୍ତମାନ ପୁଣି ଶ୍ରୀୟା ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ କୁ ବି ସିଲ କରିଛି ବିଏମସି । ଆଜି ଠାରୁ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ମେ ୨ ପର୍ଯ୍ୟନ୍ତ ଷ୍ଟେଟ ବ୍ୟାଙ୍କ କୁ ସିଲ୍ କରାଯାଇଛି ବୋଲି ସୂଚନା ଦେଇଛି ବିଏମସି । ବ୍ୟାଙ୍କ ଭିତରେ କିଛଇ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଥିବା ଜଣାପଡିଛି । ବର୍ତମାନ ଟ୍ୱିନସିଟିରେ ଗାଷ୍ଠୀ ସଂକ୍ରମଣର ସ୍ଥିତି ରହିଥିବା ବେଳେ ଲୋକମାନେ ଏବେବି ସଚେତନ ହୋଇପାରୁ ନାହାନ୍ତି ଯାହାକୁ ନେଇ ସଂକ୍ରମଣ ଏହି ଭଳି ବଢି ଚାଲିଛି ଓ ସଂକ୍ରମଣ କୁ ଏଡାଇବା ପାଇଁ କଟକଣା କୁ ଆଗାମୀ ଦିନରେ ଦୃଢ କରାଯିବ ବୋଲି ଗତ କାଲି ବିଏମସି କମିଶନର ପ୍ରେସ୍ ମିଟ୍ କରି ସୂଚନା ଦେଇଥିଲେ ।

Leave A Reply

Your email address will not be published.