ଦେଶରେ କରୋନାର ବିସ୍ଫୋରଣ

ଭାରତରେ କରୋନା ଭାଇରସର ସଂକ୍ରମଣ ମାଡିଚାଲିଛି । ବର୍ତ୍ତମାନ ଦେଶରେ ନୂତନ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମୟରେ, ଭାରତରେ କୋଭିଡ -19ର ନୂତନ ମାମଲା ସବୁ ରେକର୍ଡ ଭାଙ୍ଗିଛି  । ଗତ 24 ଘଣ୍ଟା ମଧ୍ୟରେ 3.79 ଲକ୍ଷରୁ ଅଧିକ ନୂତନ ପଜିଟିଭ ମାମଲା ସାମନାକୁ ଆସିଛି । ଯାହା ମହାମାରୀ ଆରମ୍ଭରୁ ସର୍ବାଧିକ ସଂଖ୍ୟା ଅଟେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସରେ 3 ଲକ୍ଷ 79 ହଜାର 257 ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ 3645 ଜଣ ପ୍ରାଣ ହରାଇଛନ୍ତି । ଭାରତରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା 1 କୋଟି 83 ଲକ୍ଷ 76 ହଜାର 524 ହୋଇଥିବାବେଳେ 2 ଲକ୍ଷ 4 ହଜାର 832 ଲୋକ ପ୍ରାଣ ହରାଇଛନ୍ତି । କୋଭିଡ -19 ଠାରୁ ଏପର୍ଯ୍ୟନ୍ତ ଦେଶରେ 1 କୋଟି 50 ଲକ୍ଷ 86 ହଜାର 878 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ସକ୍ରିୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି  । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି 31 ଲକ୍ଷ ଅଟେ । ସାରା ଦେଶରେ ବର୍ତ୍ତମାନ 30 ଲକ୍ଷ 84 ହଜାର 814 ଲୋକ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.