ଲୋକପ୍ରିୟ ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ

ପୁଣି କରୋନା ଆଣିଲା ଦୁଃଖ । ଆଉ ଏ ଦୁନିଆରେ ନାହାଁନ୍ତି ଟେଲିଭିଜନ ଜଗତର ବଡ ସାମ୍ବାଦିକ ତଥା ପ୍ରସିଦ୍ଧ ନ୍ୟୁଜ ଆଙ୍କର ରୋହିତ ସରଦାନା । ଟେଲିଭିଜନ ସାମ୍ବାଦିକତା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମନାକୁ ଆସିଛି । ହୃଦଘାତ ଯୋଗୁଁ ଆଜି ରୋହିତ ସରଦାନାଙ୍କର ମୃତ୍ୟୁ ଘଟିଛି । ନିକଟରେ ସେ ରୋହିତ କରୋନା ସଂକ୍ରମିତ ହୋଇଥିଲେ  । ତାଙ୍କୁ ଗୁରୁବାର ଦିନ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାମ୍ବାଦିକତା ସହ ଜଡିତ ଅନେକ ଲୋକ ରୋହିତ ସରଦାନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ଧରି ଜି ନ୍ୟୁଜରେ କାମ କରିବା ପରେ ବର୍ତ୍ତମାନ 2017 ମସିହାରୁ ସେ ଆଜତକରେ କାର୍ଯ୍ୟ କରୁଥିଲେ ।  ସେ ଜଣେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 40 ବର୍ଷ ହୋଇଥିଲା । କୋଭିଡ୍ ସଂକ୍ରମିତ ରୋହିତ ସରଦାନା ଶେଷ ମୁହୂର୍ତ୍ତରେ ବି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଗତକାଲି ସକାଳେ ଶେଷ ଟ୍ୱିଟ୍ କରିଥିଲେ ସରଦାନା । କୋଭିଡ୍ ସଂକ୍ରମିତଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆବଶ୍ୟକତା ନେଇ ସରଦାନା ଟ୍ୱିଟ୍ କରିଥିଲେ । ହେଲେ ଆଜି ହଠାତ୍ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । 

Leave A Reply

Your email address will not be published.