ନ୍ରିପେନ୍ଦ୍ର ମିଶ୍ରଙ୍କୁ ସନ୍ମାନିତ କରିବେ ଜାପାନ ସରକାର

ପ୍ରଧାନମନ୍ତ୍ରୀଙ୍କ ପୁର୍ବତନ ମୁଖ୍ୟ ସଚିବ ନ୍ରିପେନ୍ଦ୍ର ମିଶ୍ରଙ୍କୁ ସନ୍ମାନିତ କରିବେ ଜାପାନ ସରକାର । ଜାପାନ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯଉଥିବା ସ୍ପ୍ରିଙ୍ଗ ଡେକୋରେସନ୍ ୨୦୨୧ର ବୈଦେଶିକ ସନ୍ମାନ ନ୍ରିପେନ୍ଦ୍ର ମିଶ୍ରଙ୍କୁ ମିଳିବା ନେଇ ଗତ କାଲି ନୁଆଦିଲ୍ଲୀ ସ୍ଥିତ ଜାପାନ ଦୁତାବାସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ।  ଜାପାନ ଦୁତାବାସ ପକ୍ଷରୁ କୁହାଯାଇଛି ଯେ ପୁର୍ବତନ ଏହି ଆଇଏସ ଅଫିସରଙ୍କୁ ଜାପାନ ପକ୍ଷରୁ “ଅଡର ଅଫ ରାଇଜିଂ ସନ୍‌, ଗୋଲ୍ଡ ଏବଂ ସିଲ୍‌ଭାର ଷ୍ଟାର” ରେ ସନ୍ମାନିତ କରିବେ । ଜାପାନ ଏବଂ ଭାରତ ମଧ୍ୟରେ ଅର୍ଥନୈତିନ ସମ୍ପର୍କ ମଜବୁଥ୍ ପାଇଁ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଏହି ସନ୍ମାନ ମିଳିବ । ୨୦୧୪ ରୁ ୨୦୧୯ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିବା ସମୟରେ ଭାରତ ଏବଂ ଜାପାନ ସମ୍ପର୍କରେ ଉନ୍ନତି ପାଇଁ ତାଙ୍କର ଭୁମିକାକୁ ଜାପାନ ଦୁତାବାସ ପକ୍ଷରୁ ପ୍ରଶଂସା କରାଯାଇଛି ।  ତାଙ୍କର ଉଦ୍ୟମରେ ଦୁଇ ଦୁଇ ଥର ଭାରତର ଏବଂ ଜାପାନର ପ୍ରଧାନମନ୍ତ୍ରୀ ସ୍ଥରିଆ ଅଲୋଚନା ସମ୍ଭବ ହୋଇ ପାରିଥିଲା । ଏହା ସହିତ ବହୁ ଗୁଡିଏ ଗୁରୁତ୍ୱୁପୁର୍ଣ୍ଣ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇ ପାରିଥିଲା ।  ଏହା ସହିତ ତାଙ୍କରି କାର୍ଯ୍ୟକାଳ ସମୟରେ ଭାରତରେ ବହୁତ ଗୁଡିଏ ଜାପାନ କମ୍ପାନୀ ଭାରତରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ଭାରତ ଏବଂ ଜାପାନ ମଧ୍ୟରେ ଅର୍ଥନୈତିକ ସମ୍ପର୍କର ଗୁରୁତ୍ୱକୁ ବୁଝି ଏହାର ଅଗ୍ରଗତି ପାଇଁ ଗୁରୁତ୍ୱପୁଣ୍ଣ ଭୁମିକା ଲିଭାଇଥିଲେ । ଭାରତରେ ଜାପାନର ରାଜଦୁତ ସନ୍ତୋସି ସୁଜୁକି ଟ୍ୱିଟ୍ କରି ନ୍ରିପେନ୍ଦ୍ର ମିଶ୍ରଙ୍କୁ ସୂଚନା ଦେବା ସହ ନ୍ରିପେନ୍ଦ୍ର ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.