ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନା ପଜିଟିଭ ଚିହ୍ନଟ

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେ ନିଜ ବାସଭବନରେ ଆଇସୋଲେଟ ଅଛନ୍ତି  । ଏନେଇ ଏଲଜି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅନିଲ ବୈଜଲ ଲେଖିଛନ୍ତି, ମୋର କରୋନା ରିପୋର୍ଟ ପିଜିଟିଭ ଆସିଛି। ମୋ ନିକଟରେ କରୋନା ସଂକ୍ରମଣର ସାମାନ୍ୟ ଲକ୍ଷଣ ଅଛି । ପରୀକ୍ଷା ରିପୋର୍ଟ ପଜିଟିଭ୍ ପାଇବା ପରେ ମୁଁ ନିଜକୁ ଅଲଗା କରିଦେଇଛି । ମୋର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅନୁରୋଧ କରୁଛି ସେମାନେ ନିଜର କରୋନା ଟେଷ୍ଟ କରିନିଅନ୍ତୁ। ମୁଁ ମୋ ବାସଭବନରୁ କାର୍ଯ୍ୟ ଜାରି ରଖିଛି।

Leave A Reply

Your email address will not be published.