ସାହାଯ୍ୟ କଲେ କେନ୍ଦ୍ର ସରକାର

ସମଗ୍ର ଭାରତ କରୋନା ମହାମାରି ସହିତ ଲଢୁଥିବା ବେଳେ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୮୮୭୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ରାଜ୍ୟ ଗୁଡିକୁ କରୋନା ମହାମାରୀ ସହିତ ଲଢିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସହାଯ୍ୟ କରିବ । କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଥିବା ୮୮୭୩ କୋଟି ଏହି ଅର୍ଥର କେବଳ ୫୦ପ୍ରତିଶତ ରାଜ୍ୟ ସରକାର କରୋନା ମହାମାରି ସହିତ ମୁକାବିଲାରେ ବ୍ୟବହାର କରିପାରିବେ ।ତେବେ ରାଜ୍ୟ ଗୁଡିକୁ ଅର୍ଥ କମିଶନଙ୍କ ସୁପାରିସ୍ କ୍ରମେ ଏହି ଅର୍ଥ ଜୁନ୍ ମାସରେ ମିଳିବାକୁ ଥିଲା ବେଳେ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ଆପତିକାଳିନ ପାଣ୍ଠିରୁ ଏହାକୁ ଆଗୁଆ ପ୍ରଦାନ କରାଯାଇଛିି । ରାଜ୍ୟ ଗୁଡିକୁ ଏହି ଅର୍ଥ କେନ୍ଦ୍ର ସରକାର ବିନା ବିପର୍ଯ୍ୟୟ ପ୍ରମାଣ ପତ୍ରରେ ସାମୟୀକ ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତି ପ୍ରଦାନ କରିଛନ୍ତିି ।  ତେବେ ରାଜ୍ୟ ଗୁଡିକ ଏହି ଅର୍ଥକୁ କରୋନା ସମୟରେ ଦେଖାଯାଇଥିବା ସମସ୍ୟା ଯେପରିକି ଅକ୍ସିଜେନର ଅଭାବ, ଏହାର ଷ୍ଟୋରେଜ୍ ପ୍ଲାଣ୍ଟ ନିର୍ମାଣ, ଭେଣ୍ଟିଲେଟର, ଅମ୍ବୁଲାନ୍ସ, କୋଭିଡ କେୟାର ସେଣ୍ଟର, ଥର୍ମାଲ ସ୍କାନର, ପିପିଇ କିଟ୍ , ଟେଷ୍ଟିଙ୍ଗ କିଟ୍ , ଟେଷ୍ଟିଙ୍ଗ ଲାବୋର୍ଟାରି ଏହିସବୁ କାର୍ଯ୍ୟରେ ଅର୍ଥ ବିନିଯେଅଗ କରିବାକୁ ରାଜ୍ୟ ସରକାରଙ୍କୁ ଆଗୁଆ ଅର୍ଥ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.