ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ  ଆରମ୍ଭ ହେବାକୁ ଯାଉଛି। ସାରା ଦେଶରେ ୧୮-୪୪ ବର୍ଷ ବୟସର ସମସ୍ତଙ୍କୁ କରୋନା ଟିକା  ମେ ୧ ରୁ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କରୋନା ବିରୋଧରେ ଯୁଦ୍ଧକୁ ଆହୁରି ତୀବ୍ର କରିବା ପାଇଁ କିଛି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ଟୀକାକରଣ କରାଯିବ। ଆପୋଲୋ ଏବଂ ମ୍ୟାକ୍ସ ହସ୍ପିଟାଲ ଟୀକାକରଣ  କରିବେ ବୋଲି ସୂଚନା ଦେଇଛନ୍ତି ।ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ମାନଙ୍କର ଦାବି ଅନୁସାରେ ଟୀକା ଉପଲବ୍ଧ ହୋଇନାହିଁ। ଅନେକ ରାଜ୍ୟରେ ଆଜି ଏହି ଟୀକାକରଣ ଅଭିଯାନ ଆରମ୍ଭ ହୋଇ ପାରୁନାହିଁ ଯେଉଁଥିରେ ଦିଲ୍ଲୀ ଅନ୍ତର୍ଭୁକ୍ତ।  ସେପ୍ଟେମ୍ବରରୁ ଆନ୍ଧ୍ରପ୍ରଦେଶ ଏହି ଟୀକାକରଣ ଅଭିଯାନ ଆରମ୍ଭ କରିବ ବୋଲି କହିଥିବା ବେଳେ ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏହି ଟୀକାକରଣ ହେବ ବୋଲି ଘୋଷଣା ହୋଇଛି।  ଗୋଆ ସିଏମ୍ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ମେ ୧ ରୁ ଟୀକାକରଣ ଅଭିଯାନ ରାଜ୍ୟରେ ଆରମ୍ଭ ହେବ ନାହିଁ।  ରାଜ୍ୟ ସରକାର ଏ ପର‌୍ୟ୍ୟନ୍ତ ଟିକା ଗ୍ରହଣ କରିନାହାଁନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୀକାକରଣ ସେଣ୍ଟର ଆଗରେ ଲମ୍ବ ଧାଡ଼ି ନ ଲଗାଇବାକୁ ଅପିଲ କରିଛନ୍ତି। ଦୁଇ ଦିନ ପରେ ଟିକା ଷ୍ଟକ୍ ଆସିବ ଏବଂ ତାପରେ ଦ୍ରୁତ ଗତିରେ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.