ରାଜ୍ୟରେ ହେଲା ଡ୍ରାଏ ରନ୍, ଆଜି ଅପରାହ୍ନ ପରେ ମିଳିବ ସ୍ଲଟ୍

ସାରା ଦେଶରେ ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ  ।  ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଓଡିଶାରେ ଡ୍ରାଏ ରନ୍ କରାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠି  ସ୍ୱାସ୍ଥ୍ୟ  କେନ୍ଦ୍ରରେ ହେଲା ଡ୍ରାଏ ରନ୍ । ଏକ ପ୍ରତିକାତ୍ମକ ଟୀକାକରଣର ସମୀକ୍ଷା କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତୃତୀୟ ପର୍ଯ୍ୟାୟରେ 18ରୁ 44 ବର୍ଷ ବୟସ୍କ ବ୍ୟକ୍ତି ବର୍ଗଙ୍କୁ ଟୀକାକରଣ କରାଯିବ । ପଞ୍ଜୀକୃତ ହିତାଧିକାରୀ ମାନଙ୍କୁ ଆଜି ଅପରାହ୍ନ ପରେ ମିଳିବ ସ୍ଲଟ୍ । ଏଥିରେ କୈାଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ଭୁବନେଶ୍ୱରରେ ଡ୍ରାଏ ରନ କରାଯାଇଛି । ଡେମୋ ସମୟରେ 50 ଜଣରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଆଜି ଟୀକା ଦିଆଯାଇଛି । ପୂର୍ବରୁ ଯେଭଳି ଟୀକାକରଣ ହେଉଥିଲା ସେଭଳି ସୋମବାର ଠାରୁ ଜାରି ରହିବ । 45 ବର୍ଷ ରୂ ଉର୍ଦ୍ଧ୍ବ ବଳକା ଥିବା 70ରୁ 80 ହଜାର ଲୋକଙ୍କୁ ଟୀକା ଦିଆଯିବ । ଏହା ସହ 18 ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ କରାଯିବ । 28 ତାରିଖରୁ ପଞ୍ଜୀକରଣ କରିଥିବା ପଞ୍ଜୀକୃତ ହିତାଧିକାରୀ ମାନଙ୍କୁ ଆଜି ଅପରାହ୍ନ ପରେ ମିଳିବ ସ୍ଲଟ୍ । 18ରୁ 44  ବର୍ଷ ହିତାଧିକାରୀ ମାନଙ୍କ ଟୀକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ । ଟୀକାକରଣ କେନ୍ଦ୍ର ଗୁଡ଼ିକରେ ଗହଳି ନକରିବାକୁ ଅନୁରୋଧ କରାଯାଇଛି । କେବଳ ସ୍ଲଟ୍ ମିଳିଥିବା ବ୍ୟକ୍ତିଙ୍କୁ ମିଳିବ ଟୀକା । ରାଜ୍ୟରେ ଟୀକା ଅଭାବରୁ ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣ ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଥିଲା । ତେବେ ଗତକାଲି ସନ୍ଧ୍ୟାରେ ଆଉ ଦେଢ ଲକ୍ଷ ଡୋଜ କାଭାକ୍ସିନ ଆସିବା ପରେ 18ରୁ 44 ବର୍ଷ ବୟସ୍କ ବ୍ୟକ୍ତି ବର୍ଗଙ୍କୁ ଟୀକାକରଣ ଆରମ୍ଭ କରାଯିବାକୁ ପ୍ଲାନ ପ୍ରସ୍ତୁତ କରାଯାଇଛି । ତେବେ ଆଜି ଓ ଆସନ୍ତାକାଲି ସଟଡାଉନ ଥିବାରୁ ମେ 3ରୁ ଏହି ଟୀକାକରଣ ଆରମ୍ଭ ହେବ ।

Leave A Reply

Your email address will not be published.