ଆଜି ଶ୍ରମିକ ଦିବସ

ଆଜି ମେ ଡେ ବା ଶ୍ରମିକ ଦିବସ । ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥାନ୍ତି । 1986 ମସିହାରୁ ଏହି ଦିନଟିକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ପଛରେ ରହିଛି ଶ୍ରମିକମାନଙ୍କ ରକ୍ତାକ୍ତ ସଂଘର୍ଷର ଇତିହାସ । ପୂର୍ବରୁ ବିଶ୍ୱରେ ପୁଞ୍ଜିପତି ଶ୍ରେଣୀର ଲୋକେ ଶ୍ରମିକମାନଙ୍କୁ ମନଇଚ୍ଛା କାମ କରାଉଥିଲେ ।  ସମୟ କି ତାର ମୂଲ୍ୟ କିଛି ମିଳୁ ନଥିଲା । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ସେହି ସଂଗଠନର ପ୍ରଥମ ଦାବୀ ଥିଲା ଶ୍ରମ ନିର୍ଘଣ୍ଟ 8 ଘଣ୍ଟା ମଧ୍ୟରେ ରହୁ । ସେଠାରେ ସ୍ଥିତି ଅଣାୟତ ହୋଇଥିଲା । ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଫଳରେ ଶ୍ରମ ନିର୍ଘଣ୍ଟକୁ 8 ଘଣ୍ଟା ମଧ୍ୟରେ ସୀମିତ ରଖାଗଲା । ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଭାରତରେ 1923 ମସିହାଠାରୁ ଏହି ମେ ଡେ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ପାଳନ କରୁଥିଲେ । ଭାରତୀ ମଜଦୁର କିଷାନ ପାର୍ଟି ଭାରତରେ ଶ୍ରମିକମାନଙ୍କ ଶ୍ରମ ନିର୍ଘଣ୍ଟ 8 ଘଣ୍ଟା କରିବାକୁ ପ୍ରଥମେ ଦାବୀ ଜଣାଇଥିଲା । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି 8ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସୀକୃତି ଦେଇଥିଲେ । ସେହିଦିନଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ । କୌଣସି ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.