କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର ଚାଲାଣ କାରବାର । କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବ୍ରାଉନସୁଗାର ମାଫିଆ । ବାଲେଶ୍ୱରରୁ ଏକ କିଲୋ 360 ଗ୍ରାମ ବ୍ରାଉନସୁଗାର ଜବତ । ବାଲେଶ୍ୱର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ସହଦେବଖୁଣ୍ଟା ଅଂଚଳରେ ରେଡ଼ ମାରିଛି । ସେଠାରୁ ଏକ କିଲୋ 360 ଗ୍ରାମ ବ୍ରାଉନସୁଗାର ଜବତ  କରିଛି କ୍ରାଇମବ୍ରାଞ୍ଚ STF । ଏହା ସହ ବ୍ରାଉନସୁଗାର ଚାଲାଣ କାରବାରରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି STF । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 କୋଟି 35 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ ଏହି ଧଳା ଜହର କାରବାର ଚେର କେଉଁ ଯାଏଁ ଲମ୍ବିଛି ସେନେଇ ଅଧିକ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ STF ।

Leave A Reply

Your email address will not be published.