ରାଜ୍ୟରେ ଆଉ 11 ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା

ରାଜ୍ୟରେ ଦ୍ୱିତୀୟ ଲହରରେ ବଢୁଛି କରୋନା ସଂକ୍ରମଣ । ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ଆଉ 11 ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟରେ ଆଉ 11 ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା 2 ହଜାର 54 କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4, ସୁନ୍ଦରଗଡରୁ 2, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡାରୁ ଜଣ ଲେଖାଏଁ ସଂକ୍ରମିତ କରୋନାରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ରାଜ୍ୟରେ ଗତ 24 ଘଣ୍ଟାରେ 10 ହଜାର ପାର କରିଛି ଆକ୍ରାନ୍ତ ଚିହ୍ନଟ ସଂଖ୍ୟା । ଦିନକରେ 10 ହଜାର 413 କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1796 ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.