ଅକ୍ସିଜେନ୍ ଅଭାବରୁ ଚାଲିଗଲା ୧୪ କରୋନା ରୋଗୀଙ୍କ ଜୀବନ

ପୁରା ଦେଶରେ କରେନାର ଦ୍ୱିତୀୟ ଲହର ଯେମିତି ପୁଣି ଥରେ ତାଣ୍ଡବ ରଚିବା ଆରମ୍ଭ କରିଛି । କରୋନାର ଏହି କହରରେ ମଧ୍ୟରେ ଲୋକଙ୍କ ଜୀବନ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ଅକ୍ସିଜେନ୍ । ପ୍ରାୟ ପ୍ରତିଦିନ ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ପୁଣି ସେମିତି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । ଆନ୍ଧ୍ରପ୍ରଦେଶର ଅନନ୍ତପୁରମ୍ ସରକାରୀ ହସ୍ପିଟାଲରେ ଗତ କାଲି ରାତିରେ ଅକ୍ସିଜେନ୍ ଅଭାବରୁ ୧୪ ରୋଗୀ ଜୀବନ ହରାଇଥିବା ସୂଚନା ମିଳିଛି । ହସ୍ପିଟାଲର ଅକ୍ସିଜେନ୍ ସପ୍ଲାଇ ପାଇପ୍ ରେ କିଛି ତ୍ରୁଟି ଯୋଗୁଁ ହଠାତ୍ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହୋଇଯିବାରୁ ଆଖି ସାମ୍ନାରେ ଦଖୁ ଦେଖୁ ବିନା ଅକ୍ସିଜେନ୍ ରେ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ଠାରୁ ବଡ଼ ହୃଦୟ ବିରାଦକ ଦୃଶ୍ୟ ଆଉ ବା କଣ ହୋଇପାରେ! ତେବେ ଏଭଳି ଅଭାବନୀୟ ଘଟଣାକୁ କିନ୍ତୁ ଏଡାଇ ଦେଇଛନ୍ତି ଅନନ୍ତପୁରମ୍ ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାଇ ଅକ୍ସିଜେନ୍ ସପ୍ଲାଇରେ କୌଣସି ବିଭ୍ରାଟ ନାହିଁ ଏହି ରୋଗୀ ମାନଙ୍କର ମୃତ୍ୟୁ କେବଳ କରୋନା ଯୋଗୁଁ ହିଁ ହୋଇଛି । ସବୁଠାରୁ ବଡ଼ ବିଡମ୍ବନାର କଥା ହେଉଛି ଯେ ଏହି ଘଟଣାରେ ୧୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ତଥ୍ୟ ରେ କେବଳ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଉଛି ।

Leave A Reply

Your email address will not be published.