ଫେରିଲା ଲକ୍‌ଡାଉନ୍

ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାରୁ ପୁଣି ରାଜ୍ୟରେ ଫେରିଛି ଲକ୍‌ଡାଉନ୍ । ଆସନ୍ତା ବୁଧବାର ଠାରୁ ପୁରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକ୍‌ଡାଉନ୍ ସମୟରେ କେବଳ ଜରୁରୀ ସେବା କୁ ଛାଡି ଅନ୍ୟ ସବୁ ସେବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବସ୍ ଚଳାଚଳ ଉପରେ ବି ଲାଗିଛି କଟକଣା । ଆସନ୍ତା ୫ ତାରିଖ (ବୁଧବାର) ଠାରୁ ରାଜ୍ୟରେ ଗଡିବନି ବସ୍। ଏବେ ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକ୍‌ଡାଉନ୍ ପର୍ଯ୍ୟନ୍ତ ରାଜ୍ୟରେ ବସ୍ ଚଳାଚଳ କରିପାରିବ ନାହିଁ ।

Umasankar Adv
gpkandhamal

ଲକ୍‌ଡାଉନ୍ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛଇ ଯେଉଁଥିରେ ରାଜ୍ୟରେ କେଉଁ ସବୁ ସେବା ଉପରେ କଟକଣା ଲଗାଯାଇଛି ତାର ବିସ୍ତୃତ ବିବରଣୀ ଦିଆଯାଇଛି । ସେହି ଗାଇଡଲାଇନ୍ ଅନୁଯାଇ ରାଜ୍ୟରେ ମେ ୫ ତାରିଖରୁ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଲକଡାଉନ୍ ସମୟରେ କଡାକଡି ଭାବରେ ସବୁ ଗାଇଡଲାଇନ୍ କୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ବ ବର୍ଷ ଭଳି ଏଥର ଲକଡାଉନ୍ କରୋନା କୁ ପ୍ରତିହତ କରିବାରେ ଆମକୁ ସହାୟତା କରିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.