ମହାରାଷ୍ଟ୍ରବାସୀଙ୍କୁ ଆଶ୍ୱସ୍ତି ମିଳିଲା, ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ମୃତ୍ୟୁ

ଦେଶରେ କରୋନା ଭାଇରସ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଅତିକ୍ରମ କରୁଛି । ଏଭଳି ଏକ ଚିନ୍ତାଜନକ ସମୟରେ ମହାରାଷ୍ଟ୍ରବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଖବର ଶୁଣିବାକୁ ମିଳିଛି । ଏହି ରାଜ୍ୟରେ ରବିବାର ତୁଳନାରେ ସୋମବାର ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ରହିଛି । ସବୁଠାରୁ ଆହୁରି ବଡ଼ ଖୁସି ଖବର ହେଲା ଯେ, ନୂଆ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । କିନ୍ତୁ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ଚିନ୍ତା ବଢ଼ାଇଛି । 

gpkandhamal

ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୬୨୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୬୭ ଜଣ । ଏବେ ଏଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ଲକ୍ଷ ୭୧ ହଜାର ୨୨ ଏବଂ ମୃତ୍ୟୁ ସଂଖ୍ୟା ୭୦ ହଜାର ୮୫୧ । ବର୍ତ୍ତମାନ ୬ ଲକ୍ଷ ୫୬ ହଜାର ୮୭୦ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଛି । ମୁମ୍ବାଇରେ ରବିବାର ୨ ହଜାର ୬୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । 

Umasankar Adv

ଦେଶର ରାଜଧାନୀ ଦିଲ୍ଲୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.