ଦଳପଡ଼ାରେ ପାନୀୟ ଜଳ ସମସ୍ୟା

ଖଜୁରୀପଡ଼ା: ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଦଳପଡ଼ା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦାଉ ସାଜୁଛି ପିଇବା ପାଣି ପାଇଁ ପଞ୍ଚାୟତବାସୀ ଡହଳବିକଳ ହେଉଛନ୍ତି ଏଠାରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ବାରମ୍ବାର ଅଚଳ ହୋଇ ପଡୁଛି। ପାନୀୟ ଜଳ ଓ ପରିମଳ ବିଭାଗ ଖଜୁରୀପଡ଼ା କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲାପରେ ଏହାର ସମାଧାନ ପାଇଁ କିଛି ଦିନ ତଳେ ଏହାର ମରାମତି କରାଯାଇଥିଲା। ଏବେ ଆଉ କାର୍ଯ୍ୟ କରୁନାହିଁ । ପ୍ରବଳ ଗ୍ରୀଷ୍ମ ଯୋଗୁଁ ଚୂଆ ପାଣି ସଂଗ୍ରହ କରିବା ମଧ୍ଯ କଷ୍ଟ ସାଧ୍ୟ ବୋଲି କହୁଛନ୍ତି ଗ୍ରାମବାସୀ। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପୂର୍ବତନ ସମିତି ସଭ୍ୟ ଗୌର ଚରଣ ବେହେରା ଦାବି କରିଥିବା ବେଳେ ଯଦି ସମସ୍ୟାର ସମାଧାନ ଖୁବଶୀଘ୍ର ନହୁଏ ତେବେ ସାଧାରଣ ଜନତା ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.