ରାଜ୍ୟରେ ମମତା ଓ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟିଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା । ଆଗରୁ ମମତା ଯୋଜନାରେ ଝିଅ ଝିଅ ଜନ୍ମ ହେଲେ ମା’କୁ ୧୦ ହଜାର ଟଙ୍କା ମିଳୁଥିଲା । ଏବେ ୧୨ ହଜାର ଟଙ୍କା ମିଳିବ । ପୂର୍ବରୁ ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ମିଳୁଥିଲା ଏବେ ସେତିକି ମିଳିବ । ଆଜିର କ୍ୟାବିନେଟ ବୈଠକରେ ୬ ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି । ରାଜ୍ୟ କ୍ୟାବିନେଟରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ନେଇ ବ୍ୟବସ୍ଥା କରାଯାଇଛି । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।