ଜମ୍ମୁ-କଶ୍ମୀର ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ତ୍ରାଲରେ ଏନକାଉଣ୍ଟରରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ । ଏଥିରେ ୩ ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆତଙ୍କବାଦୀମାନେ ଆତଙ୍କ ଖେଳାଇବା ଯୋଜନା ଉଦ୍ଦେଶ୍ୟରେ ଭାରତରେ ଅନୁପ୍ରବେଶ କରିଥିଲେ । ଅପରେସନ ସିନ୍ଦୂର ପରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିସାରିଛନ୍ତି । କଶ୍ମୀରର ଅନେକ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି । ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନଦୀର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ସଂଗଠନର ଆହୁରି ଦୁଇରୁ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ଆଶଙ୍କା କରାଯାଇ ଅପରେସନ ଚାଲିଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଙ୍ଗଳବାର ଶୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନରେ ଲସ୍କର-ଏ-ତୋଇବାର ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି ।