ଆଜିଠାରୁ ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ। ଏହାଛଡା ଏହି ଲକଡାଉନ ସହ ଶନିବାର ଓ ରବିବାର ସଟଡାଉନ ମଧ୍ୟ ଜାରି ରହିବ। ୧୪ ଦିନିଆ ଲକଡାଉନ ଅବଧି ମଧ୍ୟରେ ରାଜ୍ୟରେ ବିଭିନ୍ନସ୍ଥାନରେ ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୬ଟାରୁ ଦିନ ୧୨ଟା ଯାଏଁ କ୍ଷୀର ଓ ଆମିଷ ଦୋକାନ ଖୋଲିପାରିବେ । ଅତ୍ୟାବଶ୍ୟକ ସେବା ଭାବରେ ହସ୍ପିଟାଲ, ନର୍ସିଂହୋମ, ଟେଲିମେଡିସିନ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ଗ୍ୟାରେଜ ଓ ଗାଡି ମରାମତି ଦୋକାନ ମଧ୍ୟ ଖୋଲା ରହିବ । ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ, ଇଲେକ୍ଟ୍ରିସିଆନ, ମଟର ମେକାନିକ, ପାଇପ ମିସ୍ତ୍ରୀ ସେବା ଜାରି ରହିବ । ସେହିପରି ୧୪ ଦିନିଆ ଲକଡାଉନ୍ ସମୟରେ ଜାରି ରହିବ ଅନଲାଇନ ଓ ହୋମଡେଲିଭରି ସେବା ଜାରି ରହିବ । ହୋଟେଲ, ରେଷ୍ଟୁରାଂଟ, ଢାବାରୁ ପାର୍ସଲ ନେବା ପାଇଁ ଅନୁମତି ମିଳିଛି । ବ୍ୟାଙ୍କ, ଏଟିଏମ ସେବା ଚାଲୁ ରହିବ । ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଆମ୍ବୁଲାନ୍ସ ଚଳାଚଳ କରିପାରିବ । କରୋନା ଟିକାକରଣ ଜାରି ରହିବ ଓ କରୋନା ଟେଷ୍ଟିଂକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.