୧୦ ଥର ନେଗେଟିଭ ଚିହ୍ନଟ ହେଲେ ମହିଳା, ମୃତ୍ୟୁ ପରେ ରିପୋର୍ଟ ଆସିଲା ପଜିଟିଭ

ବ୍ରିଟେନରେ କରୋନା ନାଁରେ ଏଭଳି ଏକ ଖବର ଆସିଛି, ଯେକୌଣସି ବ୍ୟକ୍ତିଙ୍କୁ ସ୍ତମ୍ଭୀଭୂତ କରିପକାଇବ। ଏଠାରେ ଜଣେ ୫୫ ବର୍ଷୀୟ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ହାର୍ନିଆର ଅପରେଶନ ହୋଇଥିଲା । ଏହାରି ମଧ୍ୟରେ ତାଙ୍କୁ ୧୦ ଦିନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଏହି ୧୦ ଦିନ ମଧ୍ୟରେ ସଂପୃକ୍ତ ମହିଳାଙ୍କର ପ୍ରତିଦିନ କରୋନା ନମୁନା ପରୀକ୍ଷା କରାଯାଉଥିଲା । ମହିଳାଙ୍କୁ କରୋନା ୱାର୍ଡରେ ମଧ୍ୟ ରଖାଯାଇଥିଲା । ଆଶ୍ଚର୍ଯ୍ୟର କଥା ଯେ, ମହିଳାଙ୍କ ନମୁନା ପରୀକ୍ଷା ରିପୋର୍ଟ ପ୍ରତିଦିନ ନେଗେଟିଭ ଆସୁଥିଲା । କିନ୍ତୁ ୧୦ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କରୋନା ପଜିଟିଭ ରିପୋର୍ଟ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇ ଥିଲା ।  ଉତ୍ତର ଷ୍ଟାନଫୋର୍ଡଶାୟର ଅଂଚଳରେ ଦେଖାଯାଇଥିବା ଏହି ବିରଳ ଘଟଣାକୁ ନେଇ ଚିକିତ୍ସକ ଓ ଗବେଷକ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ରୟାଲ ଷ୍ଟୋକ ୟୁନିଭରସିଟି ହସ୍ପିଟାଲରେ ଡେବରା ଶ ନାଁରେ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଏହି ମହିଳା ୧୦ ଦିନର ଚିକିତ୍ସା ପରେ ପ୍ରାଣ ହରାଇଥିଲେ । ମୃତ୍ୟୁ ପରେ ପରିବାରର ଲୋକଙ୍କୁ ଅନ୍ତିମ ଦର୍ଶନ ପାଇଁ ଡକାଯାଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ମହଳା କରୋନା ପଜିଟିଭ ନଥିଲେ । ସେ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ନିମୋନିଆର ସଂସ୍ପର୍ଶରେ ଆସିଥିଲେ । କିନ୍ତୁ ପରେ କୁହାଯାଇଥିଲା ଯେ, ମହିଳାଙ୍କ କରୋନା ପଜିଟିଭରେ ମୃତ୍ୟୁ ହୋଇଛି । 

Leave A Reply

Your email address will not be published.