ଦୀର୍ଘଦିନରୁ କରିଆସୁଥିବା ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାସ ହୋଇଛି । ଯାହାଫଳରେ ଏହି କାମରେ ଲିପ୍ତ ଥିବା ୨ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସଦ ଓ ବାଲେଶ୍ୱର ଜିଲ୍ଲା ଶ୍ରୀକୃଷ୍ଣପୁର ଗାଁର ବିଶ୍ୱନାଥ ବିଶୋୟୀ । ସେମାନଙ୍କ ପାଖରୁ ଜବତ ହୋଇଛି ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି । ବନ୍ଧୁକ କିଣାବିକା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଥିଲା । ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କୁ ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗତବର୍ଷେ ଭିତରେ ବେଆଇନ ବନ୍ଧୁକ କାରବାର ମାମଲାରେ ଏସଟିଏଫ ୨୭ଟି ବନ୍ଧୁକ ଓ ୬୧ ଗୁଳି ଜବତ କରିଛି ।