ଧରାପଡ଼ିଲେ ୩ ଜଣିଆ ଲୁଟେରା ଗ୍ୟାଙ୍ଗ

ଦିନକୁ ଦିନ ରାଜ୍ୟରେ ଅପରାଧ ବଢୁଥିବା ବେଳେ ଦିନ ଦି’ପହରରେ ପୋଲିସକୁ ଏକ ପ୍ରକାର ଚାଲେଞ୍ଜ ଦେଇ ଏପରି ଅପରାଧ କରିବାରେ ଲାଗିଛନ୍ତି । ଯାହାକୁ ଧରିବା ପୋଲିସ୍ ପାଇଁ ଏକ ପ୍ରକାର କଷ୍ଟକର କାମ ହୋଇପଡ଼ିଛି । ଭୁବନେଶ୍ୱରରେ ଗତ କିଛି ଦିନ ହେଲା ପଲ୍ ସର ଗାଡ଼ିରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରୁଥିବା ବେଳେ ଆଜି ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ୩ ଜଣିଆ ଏହି ଗ୍ୟାଙ୍ଗ ଧରାପଡ଼ିଛନ୍ତି । ଏହାର ପର୍ଦ୍ଦାଫାଶ କରିଛି କଟକ-ଭୁବନେଶ୍ବର କମିଶନରେଟ । ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୩୦ରୁ ଅଧିକ ମାମଲା ରହିଥିବାର ସୂଚନା ମିଳିଛି । ଦୀର୍ଘଦିନକୁ ଏହି ଗ୍ୟାଙ୍ଗ ଆତଙ୍କ କରୁଆସୁଥିଲେ । କେବଳ ଆତଙ୍କ ନୁହେଁ  ଏମାନେ ପଲ୍ସର ଗାଡ଼ିରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରୁଥିଲା । ଆକ୍ରମଣ ପରେ ଆହତ ହୋଇ ପଡିଥିବା ଲୋକଙ୍କ ଠାରୁ ସୁନା ଗହଣା ଲୁଟି ନେଉଥିଲେ। ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଭୟର ଭାତାବରଣ ଖେଳିଯାଇଛି ।ତେବେ ବହୁ ଚେଷ୍ଟା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗଠିତ ଏକ ଟିମ୍ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି  ଏବଂ ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ ମଧ୍ୟ କରାଯାଇଛି।

Leave A Reply

Your email address will not be published.