ଜେଲ୍‌ରୁ ୧୨ ବିଚାରାଧୀନ କଏଦୀ କରୋନା ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗମ୍ଭୀର ହେଉଛି । ଆଜି ବି ୧୦ ହଜାରମୁହାଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା।  ଆଜି ରାଜ୍ୟରେ ଆଉ ୯ହଜାର ୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ତେବେ ଏହାରି ଭିତରେ ଖବର ଆସିଛି ସାଲେପୁର ସବଜେଲରେ ୧୨ଜଣ ବିଚରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛି । ଯାହାଫଳରେ ପୁରା ଜେଲକୁ ସାନିଟାଇଜ଼ କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।  ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ ଗଠନ ହୋଇଛି ଏହାପରେ  ପୁର୍ବରୁ ସେଠାରେ ଜଣେ କଏଦୀ କରୋନା ପଜିଟିଭ  ଚିହ୍ନଟ ହୋଇଥିବା ବେଳେ ସମସ୍ତ କଏଦୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏବେ ଆଇସଲେସନ ରୁମରେ ୧୨ କଏଦୀଙ୍କୁ ରଖାଯାଇଛି।  ସ୍ବତନ୍ତ୍ର ମେଡିକାଲ ଟିମ ଦ୍ବାରା ସେମାନଙ୍କୁ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଉଥିବା ଜେଲର ସୂଚନା ଦେଇଛନ୍ତି।

Leave A Reply

Your email address will not be published.