କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ମଧ୍ୟରେ ଅର୍ଥନୈତିକ ସ୍ଥିରତା ନିଶ୍ଚିତ କରିଛନ୍ତି। କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ମଧ୍ୟରେ ଅନେକ ରାଜ୍ୟ ସରକାର ସ୍ଥାନୀୟ ସ୍ତରରେ ଲକଡାଉନ ଭଳି ପ୍ରତିବନ୍ଧକ ଲାଗିଛି। ଏହା ବହୁ ସଂଖ୍ୟକ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ଆସ୍ତେ ଆସ୍ତେ ମୁକୁଳୁଛି । ପରିସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନଜର ରଖିଛି । ଲୋକଙ୍କ ପାଇଁ ନୂଆ କୋଭିଡ ଲୋନ ବୁକ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା କରାଯାଇଛି । ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କୋଭିଡ ପାଇଁ ୧୫,୦୦୦ କୋଟି ଟଙ୍କା ଲିକ୍ୱିଟି ବଜାୟ ରଖିବ। ସେ କହିଛନ୍ତି ଯେ ବ୍ୟାଙ୍କଗୁଡିକ ଟିକା ଔଷଧ ଉତ୍ପାଦନ ତଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ। ଏହି ସୁବିଧା ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.