କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏପରି କ୍ଷେତ୍ରରେ କରୋନା କଟକ ଜିଲ୍ଲାରେ ତିନି ,ଚାରିଦିନ ମଧ୍ୟରେ ଅଧିକ କାୟା ବିସ୍ତାର କରୁଛି । ଯାହା ଏବେ ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ ବୋଲି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ କହିଛନ୍ତି । ମାସେ ହେବ କଟକରେ ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଆଜି ହଜାରେ ପାର କରିଛି । କଟକକୁ ବାହାରୁ ଅଧିକ ଲୋକ ଆସିଥିବାରୁ ସଂକ୍ରମଣ ବଢୁଛି । ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୩୭୮ । ଏଥିରୁ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା (ମେ’ ୭ ତାରିଖ ସୁଦ୍ଧା) କେବଳ ୨୨ହଜାର ୯୯୨ । ସେହିପରି କଟକ ଜିଲ୍ଲାରେ ବର୍ତ୍ତମାନ ୭ହଜାର ୧୮୬ଟି ଆକ୍ଟିଭ୍ କେସ୍ ରହିଛି । ଏଥିରୁ କଟକ ସହରରେ ୩ହଜାର ୬୮୫ଟି କରୋନା ସକ୍ରିୟ ମାମଲା ରହିଛି । ଅର୍ଥାତ ଜିଲ୍ଲାର ସକ୍ରିୟ ମାମଲାର ଅଧାରୁ ଅଧିକ କେବଳ ସିଏମସି ଅଞ୍ଚଳରୁ ଅଛନ୍ତି । କରୋନା ମୁକାବିଲା ପାଇଁ ଡୋର୍ ଟୁ ଡୋର୍ ସର୍ଭେଲାନ୍ସ ଚାଲିଛି । ଲୋକଙ୍କର ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିଜେନ୍ ସ୍ତର ମାପୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ସିଏମସି କର୍ମଚାରୀ । ବହୁ ପଦକ୍ଷେପ ହାତକୁ ନେଇଛି ପ୍ରଶାସନ । ତଥାପି ଦୈନିକ ସଂକ୍ରମଣରେ ବ୍ରେକ ଲାଗି ପାରୁନି ।

Leave A Reply

Your email address will not be published.