ବ୍ରହ୍ମପୁରରେ କୋଭିଡ୍ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଗସ୍ତରେ ବ୍ରହ୍ମପୁରରେ ପହଂଚିଛନ୍ତି ପୋଲିସ ଡିଜି ଅଭୟ । ନୂଆ ଷ୍ଟ୍ରେନର ସଙ୍କଟ ରହିଥିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ସ୍ଥିତି ଦେଖି ଏବେ ଆଶ୍ୱସ୍ତି ଲାଗୁଛି । ଲୋକମାନେ ଘରେ ରୁହନ୍ତୁ ,ବାହାରକୁ ବାହାରନ୍ତୁ ନାହିଁ । ଯେତେ ଆମେ ସତର୍କ ରହିବା ଆମେ ଓ ଆମ ପରିବାର ସେତିକି ସୁରକ୍ଷିତ ରହିବ । ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ସୀମାକୁ ସିଲ୍ କରିଛନ୍ତି ସରକାର । ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ସୀମାରେ କିଭଳି ପ୍ରବାସୀଙ୍କ ଯାଞ୍ଚ କରାଯାଉଛି ସେନେଇ ଦକ୍ଷିଣ ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିଛନ୍ତି । । ସମୀକ୍ଷା ବୈଠକରେ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପୀନାକ ମିଶ୍ର , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ ।

Leave A Reply

Your email address will not be published.