ଆଇପିଏଲ ବାକି ମ୍ୟାଚ ହେବା ସମ୍ଭବ ନୁହେଁ

କରୋନା କଟକଣା ଓ ବିଭିନ୍ନ ସୁରକ୍ଷା ସତ୍ତ୍ବେ ଆଇପିଏଲରେ ଅଂଶ ଗ୍ରହଣ କରିଥିବା ଖେଳାଳିମାନେ କରୋନା ସଂକ୍ରମିତ ହେବା ପରେ ସିଜନ-୧୪ର ୨୯ଟି ମ୍ୟାଚ୍ ସ୍ଥଗିତ ରହିଛି । ସ୍ଥଗିତ ରହିଥିବା ମ୍ୟାଚ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୧୪ ଦିନର କ୍ୱାରେଣ୍ଟାଇନ୍ ଖେଳାଳିଙ୍କ ପାଇଁ କଷ୍ଟ ସାଧ୍ୟ ହେବ। ଏଭଳି ଅବସ୍ଥାରେ ଆଇପିଏଲର ବାକି ମ୍ୟାଚ୍ ହେବା ସମ୍ଭବ ନୁହେଁ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି । ତେବେ କେବେ ବାକି ମ୍ୟାଚ୍ ହେବ, ତାହା କହିହେବନାହିଁ ବୋଲି ଜଣାଇଛନ୍ତି । ଯଦି କୌଣସି ଖେଳାଳିଙ୍କୁ କରୋନା ହୋଇନଥାନ୍ତା ତେବେ ଆମେ ମ୍ୟାଚ୍ ଜାରି ରଖିଥାନ୍ତୁ ଓ ଶେଷ ବି କରିଥାନ୍ତୁ କହିଛନ୍ତି । ଖେଳାଳିମାନେ ବବଲରେ ଥିଲେ ଓ ଷ୍ଟାଡିୟମରେ ଦର୍ଶକ ବି ନଥିଲେ। ମାତ୍ର ଖେଳାଳି ସଂକ୍ରମିତ ହେବାରୁ ବାଧ୍ୟ ହୋଇ ଆମକୁ ମ୍ୟାଚ୍ ବନ୍ଦ କରିବାକୁ ପଡିଛି ।

Leave A Reply

Your email address will not be published.