ଉଦଳା ସବଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ

କରୋନାର କହର କେଉଁସ୍ଥାନକୁ ବାକି ରଖିନି । ସବୁଠାରେ କରୋନାର ହାହାକାର ଦେଖିବାକୁ ମିଳିଛି । ଉଦଳା ସବଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୬ ଜଣ କଏଦୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ନେଇ ଉଦଳା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ପଜିଟିଭ ଚିହ୍ନଟ ପରେ ଉଦଳା ଏନଏସି ପକ୍ଷରୁ ଜେଲକୁ ସାନିଟାଇଜ କରାଯାଇଛି । କରୋନାର କହର ଜେଲରେ ବି ଥିବା କଏଦୀଙ୍କୁ ସଂକ୍ରମିତ କରାଇଛି । ଦୁଇଦିନ ପୂର୍ବରୁ ସାଲେପୁର ସବଜେଲରେ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା ।

Leave A Reply

Your email address will not be published.