ଅମୃତସର – ପାକ୍ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା । ପାକିସ୍ତାନର ଟାର୍ଗେଟରେ ଥିଲା ଅମୃତସର ସ୍ବର୍ଣ୍ଣ ମନ୍ଦିର । କିନ୍ତୁ ଭାରତର ଆକାଶ ମିସାଇଲ ଓ L-70 gun ପାକ୍ ମିସାଇଲକୁ କରିଲା ଧରାଶାୟୀ । ଯାହାର ଖୁଲାସା କଲେ ମେଜର ଜେନେରାଲ । ତେବେ କିପରି ସ୍ବର୍ଣ୍ଣ ମନ୍ଦିରକୁ ସୁରକ୍ଷିତ ରଖାଗଲା, ଏନେଇ ସୋମବାର ଆକାଶ ମିସାଇଲ ସିଷ୍ଟମ ଓ L-70 ଏୟାର ଡିଫେନ୍ସGUN ସମେତ ଡେମୋ ଦେଖାଇଲେ ଭାରତୀୟ ସେନା ।
ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡା ଧ୍ବଂସ ହେବା ପରେ ମେ ୮ ତାରିଖରେ ଅମୃତସରର ସ୍ବର୍ଣ୍ଣ ମନ୍ଦିର ଓ ପଞ୍ଜାବର ଅନ୍ୟ କିଛି ସହରକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ । କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡିକୁ ଧରାଶାୟୀ କରିଥିଲା ।

୧୫ ତମ ଇନଫେଣ୍ଟ୍ରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଙ୍ଗ, ମେଜର ଜେନେରାଲ କାର୍ତ୍ତିକ ଖୁଲାସା କରିଛନ୍ତି ଯେ, ସ୍ବର୍ଣ୍ଣ ମନ୍ଦିରକୁ ଲକ୍ଷ୍ୟ କରି ଛଡାଯାଇଥିବା ସବୁ ଡ୍ରୋନ ଓ ମିସାଇଲକୁ ଭାରତୀୟ ଏୟାର ଡିଫେନ୍ସ ଗନର୍ସ ମାରି ଖସାଇ ଦେଇଥିଲେ ।
ମେଜର ଜେନେରାଲ କିହିଛନ୍ତି, ଭାରତ ପୂର୍ବରୁ ଅନୁମାନ କରିପାରିଥିଲା ଯେ, ଭାରତୀୟ ସେନା ପ୍ରତିଷ୍ଠାନ, ବେସାମରିକ ଭିତ୍ତିଭୂମି ଓ ଧାର୍ମିକ ସ୍ଥଳକୁ ନିଶାନା କରିବ ପାକିସ୍ତାନ । ତେଣୁ ଆମେ ପୁରାପୁରି ପ୍ରସ୍ତୁତ ଥିଲୁ । ସ୍ବର୍ଣ୍ଣ ମନ୍ଦିର ସୁରକ୍ଷା ପାଇଁ ଅତିରିକ୍ତ ଆଧୁନିକ ଅସ୍ତ୍ର ପ୍ରସ୍ତୁତ କରି ରଖିଥିଲୁ । ମେ ୮ ସକାଳେ ପାକିସ୍ତାନ ସେନା ମୁଖ୍ୟତ୍ଃ ଡ୍ରୋନ ଓ ଲଙ୍ଗ ରେଞ୍ଜ ମିସାଇଲରେ ଏୟାର ଆଟାକ କରିଥିଲା । ଜବାବରେ ଆମ ଆର୍ମି ଏୟାର ଡିଫେନ୍ସ ଗନର୍ସ ପାକିସ୍ତାନୀ ସେନାର ଉଦ୍ୟମକୁ ପଣ୍ଡ କରିଦେଲେ । ଆକାଶ ମିସାଇଲ ଓ L-70 gun ସବୁ ଡ୍ରୋନ ଓ ମିସାଲକୁ ମାରି ଖସାଇଦେଇଥିଲେ । ଆଉ ଗୋଲଡେନ ଟେମ୍ପଲର କିଛି ବି କ୍ଷତି ହେଲା ନାହିଁ ।