ଦ୍ୱିତୀୟ ଲହର ଓଡ଼ିଶାରେ ଆଉ ୬ମାସ ସକ୍ରିୟ ରହିବ

ରାଜ୍ୟରେ ଏଯାବତ କରୋନାର ଦ୍ବିତୀୟ ଲହରରେ ପିକ୍ ଆସିନାହିଁ ଓ ଓଡ଼ିଶାରେ ଆଉ ୬ମାସ ସକ୍ରିୟ ରହିବ ଦ୍ୱିତୀୟ ଲହର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ମେ’ ୧୫ ବେଳକୁ କରୋନା ପିକ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଏବେ ଲାଗୁଛି ଆହୁରି ଅଧିକ ସମୟ ଲାଗିବ। ଏବେ ଗ୍ରାମାଞ୍ଚଳ ଓ ଉପସହରାଞ୍ଚଳରେ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ୧୫ ତାରିଖ ବେଳକୁ ପିକ୍‌ରେ ପହଞ୍ଚିବା ସମ୍ଭାବନା ବହୁତ କମ୍‌। ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ଦେଲେ ଆସନ୍ତା ୬ମାସ ପର୍ଯ୍ୟନ୍ତ ଏହି ସଂକ୍ରମଣ ସକ୍ରିୟ ହୋଇ ରହିବ ବୋଲି ଡା. ମିଶ୍ର ପ୍ରକାଶ କରିଛନ୍ତି। ସେପଟେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇ ଦେଇହେବ ନାହିଁ ବୋଲି କଟକ ଏସ୍‌ସିବି ମେଡିକାଲର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ବି ପିକ୍‌ରେ ପହଞ୍ଚିନି କରୋନା। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେଭଳି କମିନାହିଁ। ତେଣୁ କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ହେଲେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ହେବ ।

Leave A Reply

Your email address will not be published.