ମମତା ବାନାର୍ଜୀଙ୍କ କ୍ୟାବିନେଟ ଆଜି ନେବ ଶପଥ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବାର ଏକ ସପ୍ତାହ ପରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କ୍ୟାବିନେଟର ମନ୍ତ୍ରୀମାନେ ଆଜି କୋଲକାତାସ୍ଥିତ ରାଜଭବନରେ ପଦ ଓ ଗୋପନୀୟତାର ସହିତ ଶପଥପାଠ ଗ୍ରହଣ କରିବେ । ମୋଟ ୪୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥପାଠ କରାଇବେ । ଏଥିରେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଅନ୍ୟ ୧୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଶପଥ ନେବେ । ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରହାଦ ହକୀମ, ଜ୍ୟୋତି ପ୍ରିୟ ମଲ୍ଲିକ, ମୂଲୀ ଘାତକ, ଅରୂପ ବିଶ୍ୱାସ, ଡ. ଶଶୀ ପଂଜା ଏବଂ ଜାଭେଦ ଅହମଦ ଖାନ ସାମିଲ ଅଛନ୍ତି । ମମତାଙ୍କ କ୍ୟାବିନେଟରେ ପଶ୍ଚିମବଙ୍ଗ  ରଣଜୀ କ୍ରିକେଟର ପୂର୍ବତନ ଅଧିନାୟକ ମନୋଜ ତିୱାରୀ, ଆଇପିଏସ ଅଧିକାରୀ ହୁମାୟୁନ କବୀର ଓ ସିଉଳୀ ଶାହାଙ୍କ ସହିତ ୧୦ ଜଣଙ୍କୁ ନୂତନ ଭାବେ ମନ୍ତ୍ରୀ ପଦ ଦାୟିତ୍ୱ ମିଳିବ । 

Leave A Reply

Your email address will not be published.