ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟ କରୋନା ଗ୍ରାଫରେ ସାମାନ୍ୟ କମିଥିବା ଜଣାପଡିଛି । ଗତ ୨୪ ଘଣ୍ଟାରେ  ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଥିବା ବେଳେ ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪ ଓ ନୂଆପଡ଼ାରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ବରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଂଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪, କେଉଁଝରରୁ ୨୪୪, ମୟୂରଭଂଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରପୁଟରୁ ୧୭୪, କେନ୍ଦ୍ରପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୋନପୁରରୁ ୧୪୦, ଦେବଗଡରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ମାଲକାନଗିରିରୁ ୬୩, ଭଦ୍ରକରୁ ୫୨ ଓ ଢେଙ୍କାନାଳରୁ ୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.