କରୋନାରେ ଚାଲିଗଲା ୧୮ ଜଣଙ୍କ ଜୀବନ

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ବ୍ରେକ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗିନି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ସଂକ୍ରମିତ ଜୀବନ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ, କେଉଁଝର, ଗଜପତି, ମାଲକାନଗିରି ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଚିକିତ୍ସା ସମୟରେ ରୋଗୀମାନେ ପ୍ରାଣ ହରାଇଛନ୍ତି । ମ଼ୃତକଙ୍କ ସଂଖ୍ୟାକୁ ମିଶାଇ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.