ଭାରତୀୟ ପର୍ଯ୍ୟଟକଙ୍କ ଗସ୍ତରେ ଉପରେ ରୋକ ଲଗାଇଲେ ମାଳଦ୍ୱୀପ ସରକାର

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ସରକାର ଭାରତ ଭାରତରୁ ପର୍ଯ୍ୟଟକ ଭିସାରେ ଏବଂ ଅନ୍ୟ ସମସ୍ତ ପ୍ରକାର ଭିସାରେ ଦକ୍ଷିଣ ଏସିୟ ଦେଶମାନଙ୍କ ନାଗରିକ ମାନଙ୍କ ମାଳଦ୍ୱୀପ ଆସିବା ଉପରେ ଆସନ୍ତା କାଲି ମେ ୧୩ ରୁ ରୋକ ଲଗାଇଛନ୍ତି । ମାଳଦବୀପ ଇମିଗ୍ରେସନ୍ ପକ୍ଷରୁ ଏକ ଟ୍ୱିଟ୍ ଜରିଆରେ ଏକ ବିବୃତ୍ତି ଜାରି କରି କହିଛି ଯେ ଦକ୍ଷିଣ ଏସୀୟ ଦେଶରୁ ଆସିଥିବା ପର‌୍ୟ୍ୟଟକ ତଥା ଅନ୍ୟ ସମସ୍ତ ବର୍ଗର ଭିସାଧାରୀଙ୍କ ପାଇଁ ସାମୟିକ ସ୍ଥଗିତ ରଖାଯାଇଛି ।  ଦକ୍ଷିଣ ଏସୀୟ ଦେଶରୁ ପର‌୍ୟ୍ୟଟକଙ୍କ ପାଇଁ ମାଲଦ୍ୱୀପକୁ ପ୍ରବେଶ ସାମୟିକ ଭାବରେ ସ୍ଥଗିତ ରହିବ ଏବଂ ଏହା ସମସ୍ତ ବର୍ଗର ଭିସା ଧାରକଙ୍କ ପାଇଁ ଲାଗୁ ହେବ । ମେ ୧୩ ରୁ ଏହା ଲାଗୁ ହେବାକୁ ଥିବା ବେଳେ ଗତ ୧୪ ଦିନ ମଧ୍ୟରେ ଦକ୍ଷିଣ ଏସିଆରେ ଭ୍ରମଣ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ଉପରେ ମାଧ୍ୟ ଲାଗୁ ହେବ । ତେବେ ଏହି ସତର୍କତାମୁଳକ ପଦକ୍ଷେପ ପରେ ଦକ୍ଷିଣ ଏସିଆର ସମସ୍ତ ବର୍ଗର ଭିସାଧାରୀଙ୍କ ଉପରେ ମାଳଦ୍ୱୀପ ଆଗମନକୁ ସ୍ଥଗିତ ରଖାଯାଇଛି କେବଳ ସ୍ୱତନ୍ତ୍ର ପାସ୍ ଥିବା ସ୍ୱସ୍ଥ୍ୟ କର୍ମଙ୍କୁ ଏହି ସମୟରେ ଆଗମନ ସୁବିଧା ମିଳିବ । 

Leave A Reply

Your email address will not be published.