ଭାରତ-ପାକିସ୍ତାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଯୁଦ୍ଧବିରତି, ସ୍ପଷ୍ଟ କଲେ ଭାରତୀୟ ସେନା

ଭାରତ-ପାକିସ୍ତାନ ଯୁଦ୍ଧବିରତି ନେଇ ବଡ଼ ଖବର ।  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧବିରତି ।  ଏନେଇ ସ୍ପଷ୍ଟ କରିଛି ଭାରତୀୟ ସ୍ଥଳସେନା  । ଆଜି DGMO ସ୍ତରୀୟ ଆଲୋଚନା ହେବ ନାହିଁ ବୋଲି କୁହାଯାଇଛି ।  ଗତ ୧୦ ତାରିଖରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା  ।  ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି । ସୂଚନାନୁଯାୟୀ, ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ଖବର ଗୁଜବ ବୋଲି ଭାରତୀୟ ସେନା କହିଛନ୍ତି । ଏହି ଗୁଜବ ପ୍ରଚାରକୁ ବିଶ୍ବାସ ନକରିବାକୁ ମଧ୍ୟ କହିଛନ୍ତି । ଡିଏମଜିଓ ସ୍ତରରେ ଆଜି ଆଲୋଚନା କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ଏହି ସମ୍ପର୍କରେ ଡିଏମଜିଓ ପକ୍ଷରୁ କୌଣସି ସୂଚନା ସ୍ଥିର କରାଯାଇ ନାହିଁ । ଅନ୍ୟପଟେ ଭାରତୀୟ ସେନା ଆହୁରି ମଧ୍ୟ କହିଛନ୍ତି ଯେ, ମେ ୧୨ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନାରେ ଅସ୍ତ୍ରବରତି ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ ହୋଇନାହିଁ । ଏହା ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ସେନା । ଏହା ବ୍ୟତୀତ, ଡିଜିଏମଓ ସ୍ତରୀୟ ଆଲୋଚନା ସମ୍ପର୍କରେ ମଧ୍ୟ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ସେନାର ଏହି ବିବୃତ୍ତି ପରେ, ଏବେ ଏହା ସ୍ପଷ୍ଟ ହୋଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିବ ସେନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ ।

Leave A Reply

Your email address will not be published.