ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍

ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା  ଛତିଆ ଠାରେ । ସିମେଣ୍ଟ ବୋଝେଇ ଟ୍ରକଟି ନେଇ ଆସୁଥିବା ବେଳେ ଗାଡ଼ି ଚାଳକଙ୍କ  ନିଦ ଲାଗିଥିଲା ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଏପରି ଘଟଣାରେ ଟ୍ରକ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍ ରେ ଥିବା ସମସ୍ତ ସିମେଣ୍ଟକୁ ଅନ୍ୟ ଏକ ଟ୍ରକରେ ଲୋଡ଼ କରାଯାଇଥିବା ଜଣାପଡିଛି ।ସୁଚନା ଅନୁସାରେ ଟ୍ରକ୍ ଟି ଟ୍ରକଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଛତିଆଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା

Leave A Reply

Your email address will not be published.