କରୋନା ପଜିଟିଭ ଚିହ୍ନଟ ହେଲେ ୫୬ ଜଣ ଜେଲ ଥିବା ଅନ୍ତେବାସୀ

ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ କରୋନା ପଜିଟିଭ ହେଉଛନ୍ତି ଜେଲ୍‌ରେ ଥିବା ଅନ୍ତେବାସୀ । ସୁଚନା ଅନୁସାରେ ହରିୟାଣାର କର୍ଣ୍ଣଲ ଜିଲ୍ଲାରେ ଥିବା ଜେଲ୍‌ରେ ଚାରିଜଣ ମହିଳାଙ୍କ ସମେତ ଅତି କମରେ ୫୬ ଜଣ କରୋନା ପଜିଟିଭ ହୋଇଛନ୍ତି । ଯାହାଫଳରେ ସେମାନଙ୍କୁ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସମସ୍ତ ଅନ୍ତେବାସୀଙ୍କ କୋଭିଡ୍ ଟେଷ୍ଟ କରିବା ପରେ କଏଦୀମାନେ ସଂକ୍ରମିତ ହୋଇଥିବା ଜେଲର ଡେପୁଟି ଅଧୀକ୍ଷକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେଲ ଭିତରେ ଅଲଗା କୋଭିଡ-୧୯ ୱାର୍ଡ ତିଆରି କରାଯାଇଛି ଏବଂ ସଂକ୍ରମିତ କଏଦୀମାନଙ୍କୁ ସେଠାରେ ଭର୍ତ୍ତି କରାଯାଇଛି । ଏହା ସହିତ ସେମାନଙ୍କର ଖାଇବା , ଶୋଇବା ,ରହିବାର ବିଭିନ୍ନ ବ୍ୟବସ୍ଥାମାନ କରାଯାଇଛି । ଭାରତରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ମହାମାରୀରେ ୩ ଲକ୍ଷ ୪୮ ହଜାର ୫୨୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪ ହଜାର ୨୦୦ ଲୋକଙ୍କର ପ୍ରାଣହାନୀ ଘଟିଛି । କରୋନା ଭାଇରସ ଉପରେ ନଜର ରଖିଥିବା ୱେବସାଇଟ୍ ୱାଲଡୋମିଟର ଏହି ରିପୋର୍ଟ କରିଛି । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଆସିଲା ପରେ କରୋନାର ପ୍ରକୃତ ତଥ୍ୟ ଜଣାପଡ଼ିବ । 

Leave A Reply

Your email address will not be published.