କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ

ଜେଲରେ କାୟା ମେଲାଇଛି କରୋନା। କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, କିଛି ଦିନ ତଳେ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିଲା । ତାଙ୍କ ସହ ଥିବା ଅନ୍ୟ ୩୦ ଜଣଙ୍କର ମଧ୍ୟ କରୋନା ଟେଷ୍ଟିଂ କରାଯାଇଥିଲା।   ସେମଧ୍ୟରୁ ୯ ଜଣ ବନ୍ଦୀ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ କଏଦୀମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଅନ୍ୟ ଏକ ରୁମରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି । ସୂଚନାଯୋଗ୍ୟ, ତିନିଦିନ ପୂର୍ବରୁ ଉଦଳା ଜେଲରୁ ୯ ଜଣ କଏଦୀ ସଂକ୍ରମିତ ହୋଇଥିଲେ। ଗତକାଲି ପାଟଣାଗଡ କାରଗାରରୁ ୩୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି କେନ୍ଦୁଝରରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.