ମାଓ ସଂଗଠନରେ ପଶିଲା କରୋନା

ମାଓ ସଂଗଠନରେ କରୋନା ପଶିଛି। ମାଓ ସଂଗଠନର ୭ଜଣ ମାଓବାଦୀ କରୋନାରେ ପ୍ରାଣ ହରାଇଥିବାରୁ ଭୟରେ କିଛି ମାଓବାଦୀ ସଂଗଠନ ଛାଡି ପଳାଉଥିବା ଜଣାପଡିଛି । ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ମାଓବାଦୀଙ୍କ ଏହି ହାତଲେଖା ଚିଠିରୁ ଜଣାପଡିଛି । ଅନେକ ମାଓବାଦୀ ଅସୁସ୍ଥ ହୋଇ ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ଥିବା ଔଷଧ ଏହି ରୋଗର ମୁକାବିଲା କରିପାରୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଦକ୍ଷିଣ ଓ ପଶ୍ଚିମ ବସ୍ତର ଡିଭିଜନ ସହ ଦରଭା ଡିଭିଜନର ଅନେକ ସାଧି ଅସୁସ୍ଥ ଥିବା ବେଳେ ସଂଗଠନ ଛାଡ଼ି ମାଓବାଦୀମାନେ ପଳାୟନ କରିବା ଘଟଣା ଲାଗି ରହିଲେ ସଂଗଠନ ଚଳେଇବା କଷ୍ଟକର ହେବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି । ତେବେ ଆତ୍ମସମର୍ପଣ ନକଲେ ୨୫ରୁ ଅଧିକ ମାଓବାଦୀ ପ୍ରାଣ ହରେଇବେ ବୋଲି ଦାନ୍ତେୱାଡା ଏସପି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.