ଗୁଜରାଟର ଭାବାନଗର ହସ୍ପିଟାଲରେ ଅଗ୍ନିକାଣ୍ଡ

କରୋନା ସଂକଟ ମଧ୍ୟରେ ଦେଶର ହସ୍‌ପିଟାଲଗୁଡ଼ିକରେ ଅଗ୍ନିକାଣ୍ଡ ହେବା ଘଟଣା ଜାରି ରହୁଛି । ଗୁଜରାଟର ଭାବାନଗରସ୍ଥିତ ଜେନେରେଶନ ହସ୍ପିଟାଲରେ ନିଆଁ ଲାଗିଛି । କୁହାଯାଉଛି ଯେ, ହସ୍‌ପିଟାଲର ୩ୟ ମହଲାରେ ନିଆଁ ଲାଗିଛି । ଏଠାରେ ଆଇସିୟୁ ବେଡ ଥିଲା । ଏଠାରେ ୭୦ରୁ ଅଧିକ ରୋଗୀଙ୍କର ଚିକିତ୍ସା ଜାରି ଥିଲା । କିନ୍ତୁ ଖୁସିର କଥା ଯେ, ନିଆଁ ବିସ୍ତାରଲାଭ କରିବା ପୂର୍ବରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।  ହସ୍‌ପିଟାଲ କର୍ତ୍ତୃପକ୍ଷ କହିବା ଅନୁସାରେ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି । ନିଆଁ ଲାଗିବା ପରେ ହଠାତ ରୋଗୀମାନଙ୍କୁ ବାହାର କରାଯାଇ ଥିଲା । ତେଣୁ ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ନିଆଁକୁ ଆୟତ୍ତ କରିଛନ୍ତି । ହସ୍‌ପିଟାଲରେ ଯେତେବେଳେ ନିଆଁ ଲାଗିଲା ସମସ୍ତେ ଭୟଭୀତ ହୋଇଯାଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ରୋଗୀମାନଙ୍କୁ ବାହାର କରାଯାଇଥିଲା । ଏକାଧିକ ରୋଗୀ ଅକ୍ସଜେନ ସପୋର୍ଟରେ ଥିଲେ । ସେମାନଙ୍କୁ ଅକ୍ସଜେନ ସିଲିଣ୍ଡର ସହିତ ବାହାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।  ହସ୍ପିଟାଲର ତତ୍ପରତା ଯୋଗୁଁ ରୋଗୀମାନେ ଏକ ଆକସ୍ମିକ ମୃତ୍ୟୁରୁ ବଂଚିଯାଇଛନ୍ତି । 

Leave A Reply

Your email address will not be published.