ମାଓବାଦୀଙ୍କ ବର୍ବର ହିଂସାକାଣ୍ଡ, ଡିଆରଜି ଯବାନଙ୍କ ଗଳାକାଟି କଲେ ହତ୍ୟା

ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀ ବର୍ବର କାଣ୍ଡ ରଚିଛନ୍ତି । ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା ମଙ୍ଗଳବାର ନିଜ ଗାଁକୁ ଯାଇଥିଲେ । ହେଲେ ରାତିରେ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ମାଓବାଦୀ ଗାଁରେ ତାଙ୍କୁ ବନ୍ଧୁକ ଦେଖାଇ ଉଠାଇ ନେଇଥିଲେ । ପରେ ଗାଁର ଏକ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଯବାନଙ୍କ ହତ୍ୟା କରିଛନ୍ତି । ସେପଟେ ପୋଲିସ ଓ ସୁରକ୍ଷାକର୍ମୀ ପହଞ୍ଚ ଘଟଣା ସମ୍ପର୍କରେ ଯାଞ୍ଚ ଚଳାଇଛନ୍ତି ।

Leave A Reply

Your email address will not be published.