ସ୍ଫୁଟନିକ-ଭି ଟିକାର ଦର ଧାର୍ଯ୍ୟ କଲେ ସରକାର

ଦେଶରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଜାରି ରହିଥିବାବେଳେ ରୁଷୀୟ ଟିକା ସ୍ଫୁଟନିକ -ଭି ଦର ଡ. ରେଡ୍ଡୀ ଲ୍ୟାବ ପ୍ରକାଶ କରିଛି । ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା ପଡ଼ିବ ବୋଲି ଡ. ରେଡ୍ଡୀ ଲ୍ୟାବ ପକ୍ଷରୁ କୁହାଯାଇଛି । ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡ଼ିବ ବୋଲି ସୂଚନା ମିଳିଛି । ଋଷୀୟ ଟିକା ସ୍ଫୁଟନିକ-ଭିର ଟିକାକରଣ ମଧ୍ୟ ଡକ୍ଟର ରେଡ୍ଡୀ ଆରମ୍ଭ କରିଛି । ହାଇଦ୍ରାବାଦରେ ଡକ୍ଟର ରେଡ୍ଡୀ ସ୍ଫୁଟନିକ-ଭିର ପ୍ରଥମ ଟିକା ଦିଆଯାଇଛି । ସୂଚନାଯୋଗ୍ୟ, ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି। ଦେଶରେ କୋଭିଶିଲ୍ଟ, କୋଭାକ୍ସିନ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦନ ମିଳିଛି।

Leave A Reply

Your email address will not be published.