କନ୍ୟା ଘର ଗାଁରେ ୨୪ ଘଣ୍ଟା ହେଲା ଅଟକି ରହିଛନ୍ତି ବରଯାତ୍ରୀ, ନାଚକୁ ନେଇ ଗଣ୍ଡଗୋଳ

ଯାଜପୁର ଟାଉନ : କନ୍ୟା ଘର ଗାଁରୁ ଆସି ପାରୁ ନାହାନ୍ତି ବରଯାତ୍ରୀ । ୨୪ ଘଣ୍ଟା ହେଲା ଅଟକି ରହିଛନ୍ତି ।  ବର ବି ଫେରି ପାରୁନି । ବାହାଘର ସରିଥିଲେ ବି ଫେରି ପାରୁନାହାନ୍ତି ବରଯାତ୍ରୀ କି ବର। ବରଯାତ୍ରୀ ଯାଇଥିବା ବସ୍ ଭାଙ୍ଗି ଦେଇଛନ୍ତି କନ୍ୟାଘର ଗାଁ ଲୋକ । ଗଣ୍ଡଗୋଳ ଉପୁଜିଥିଲା ବରଯାତ୍ରୀଙ୍କ ନାଚକୁ ନେଇ। ପ୍ରସେସନ ବେଳେ ବରଯାତ୍ରୀଙ୍କ ନାଚରୁ ତୁମୁଳକାଣ୍ଡ ହୋଇଥିଲା ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଅଂଚଳକୁ ଯାଇଥିଲେ ବରଯାତ୍ରୀ। ଶୋଭାଯାତ୍ରା ବେଳେ ନାଚକୁ ନେଇ ଉଭୟ ପକ୍ଷ୍ୟ ମଧ୍ୟରେ ମାଡ଼ପିଟ ହୋଇଥିଲା । ପରେ ବରଯାତ୍ରୀ ଆସିଥିବା ବସକୁ ବାଡ଼େଇ ଭାଙ୍ଗିଦେଇଥିଲେ କନ୍ୟାପକ୍ଷ ଲୋକ ।

Umasankar Adv

ତେଣୁ ଗତକାଲି ରାତିରୁ ବିବାହ ସରିଥିଲେ ବି ଏ ପର୍ଯ୍ୟନ୍ତ ବରକନ୍ୟାଙ୍କ ସହ ୫୦ରୁ ଅଧିକ ବରଯାତ୍ରୀ ଅଟକି ରହିଛନ୍ତି । ଅନ୍ୟପଟେ ଏ ନେଇ ବରଘର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷେତି ପୂରଣ ଦାବି କରାଯାଇଛି । ବିଞ୍ଝାରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.