ଆଜି ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ

କରୋନା ସ୍ଥିତିର ପରିସ୍ଥିତି ଓ ପରିଚାଳନା ପାଇଁ  ଆଜି ପୋଲିସ ଡିଜି ଅଭୟ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି । ସେହିପରି ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ଦମନ ରଣନୀତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । କୋଭିଡ୍ ସମୟରେ ପୋଲିସ କର୍ମଚାରୀ ଅହରହ ଲୋକଙ୍କୁ ସଚେତନ କରାଇବା କାମରେ ଲାଗିଛନ୍ତି । ଲକଡାଉନ୍ ବେଳେ ସୀମାରେ ଯାଞ୍ଚକୁ କଡ଼ିକଡ଼ି କରିଛି ପୋଲିସ । ଏଭଳି ସମୟରେ ପୋଲିସ ଡିଜିଙ୍କ ଗସ୍ତ ପୋଲିସର ମନୋବଳକୁ ଆହୁରି ବଢ଼ାଇବ । ତେବେ ମାଲକାନଗିରି ଜିଲ୍ଲାର ମୋଟୁ, କୋରାପୁଟ ଜିଲ୍ଲାର ସୁନାବେଡ଼ା ଏବଂ ନବରଙ୍ଗପୁର ଜିଲ୍ଲା ଯିବେ ପୋଲିସ ଡିଜି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିବେ । ତିନିଟି ଯାକ ଜିଲ୍ଲା ଛତିଶଗଡ଼ ସୀମାନ୍ତକୁ ଲାଗି ରହିଛି । ସୀମାରେ କେମିତି ଚାଲିଛି ପୋଲିସ ଏନଫୋର୍ସମେଣ୍ଟ ସ୍ଥିତି ପରଖିବେ ପୋଲିସ ଡିଜି ।

Leave A Reply

Your email address will not be published.